Categories: ଖେଳ

ଓଡ଼ିଶାରୁ ୪ ଖେଳାଳି

ଭୁବନେଶ୍ୱର,୩ା୮ (ସରୋଜ ଜେନା): ଇଂଲଣ୍ଡର ଶେଫିଲ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଅଗଷ୍ଟ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଅଂଶଗ୍ରହଣ କରୁଛନ୍ତି। ପ୍ରମୋଦ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ଅଂଶଗ୍ରହଣ କରିବେ। ଦୀପରଞ୍ଜନ ବିଷୋୟୀ ସିଙ୍ଗଲ୍ସ ଓ ଡବଲ୍ସରେ ଭାଗ ନେଉଥିବା ବେଳେ ଦିଲେଶ୍ୱର ରାଓ ଓ ଶୁଭ୍ରଜିତ ମହାରଣା ଡବଲ୍ସରେ ଭାଗ ନେବେ। ଏହି ୪ ଖେଳାଳିଙ୍କ ବ୍ୟତିତ କୋଚ୍‌ ଶିବପ୍ରସାଦ ଦାସ ମଧ୍ୟ ଦଳ ସହିତ ରହିଛନ୍ତି।

Share