୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡେମୋକ୍ରାଟିକ ନେତା କୋ ଜିମି ଏବଂ ବହିଷ୍କୃତ ନେତା ଅଙ୍ଗ ସାନ ସୁ କିଙ୍କ ସରକାରର ପୂର୍ବତନ ସାଂସଦ ଫିଓ ଜିଆ ଥୋ ମଧ୍ୟ ଥିଲେ। ମ୍ୟାନମାରରେ, ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଫାଶୀ ଦିଆଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଏହି କାର୍ଯ୍ୟକର୍ତ୍ତାଙ୍କୁ ଜାନୁଆରୀରେ ଦଣ୍ଡିତ କରାଯାଇଥିଲା। ନାଗରିକଙ୍କ ସରକାର ବୋଲି ନିଜକୁ କହି ବୁଲୁଥିବା ମିଲିଟାରୀ ଶାସକଙ୍କ ନାଗରିକ ଜାତୀୟ ଏକତା ସରକାରର ମାନବାଧିକାର ମନ୍ତ୍ରୀ ଅଙ୍ଗ ମିୟୋ ଗଣତନ୍ତ୍ର ବିରୋଧୀ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ମୃତ୍ୟୁଦଣ୍ଡା ଦେଶ ଦେବାର ଭୟ ମାଧ୍ୟମରେ ଲୋକଙ୍କୁ ଶାସନ କରିବାର ଏହା ଏକ ପ୍ରୟାସ।

କୁଓ୍ବାନଙ୍କ ସହିତ ୫୩ ବର୍ଷିୟ ଗଣତନ୍ତ୍ର ସମର୍ଥକ କ୍ୱାଇ ମିନ ୟେଙ୍କୁ ମଧ୍ୟ ଆତଙ୍କବାଦ ବିରୋଧୀ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଫାଶୀ ଦିଆଯାଇଛି। ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ବ୍ୟତୀତ, ମାର୍ଚ୍ଚ ୨୦୨୧ ରେ ସେନା ସୂଚନାଦାତା ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହଲା ମାୟୋ ଓଙ୍ଗ ଏବଂ ଅନଗ ଥୁରା ଜୋଙ୍କୁ ମଧ୍ୟ ଫାଶୀ ଦିଆଯାଇଛି ଏନେଇ ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ପୃଥିବୀ ବ୍ୟାପି ବିରୋଧ କରାଯାଇଛି।

ଏସିଆର ହ୍ୟୁମାନ ରାଇଟ୍ସ ୱାଚର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଲେନ ପିଆରସନ ୪ ଜଣଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟକୁ ନିଷ୍ଠୁରତା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ସାମରିକ କାର୍ଯ୍ୟ। ମାନବ ଅଧିକାର ପ୍ରସଙ୍ଗରେ ଜାତିସଂଘର ବିଶେଷଜ୍ଞ ଥୋମାସ ଆଣ୍ଡ୍ରିୟୁ ଏହି ଘଟଣାର ଦୃଢ଼ ବିରୋଧ କରିବାକୁ କହିଛନ୍ତି। ଆମେରିକା ଚାଇନାକୁ ଏନେଇ ମ୍ୟାନମାରକୁ ବିରୋଧ କରିବାକୁ କହିଛି।

ଡିସେମ୍ବର ୨୦୨୧ରେ ମ୍ୟାନମାରର ନୋବେଲ ବିଜେତା ତଥା ଗଣତନ୍ତ୍ରର ସମର୍ଥକ ଅଙ୍ଗ ସାନ ସ୍ୟୁକିଙ୍କୁ ୪ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧ ଫେବୃଆରୀ ୨୦୨୧ ରାତିରେ ସେନା ସ୍ୟୁ କିଙ୍କୁ ସେନାର କ୍ଷମତା ଦଖଲ ପରେ ଗିରଫ କରାଯାଇଥିଲା। ସେବେଠାରୁ ସାମରିକ ନେତା ଜେନେରାଲ ମିନ ଅଙ୍ଗ ହୁଲିଙ୍ଗ ଦେଶର ପ୍ରଧାନମନ୍ତ୍ରୀ ରହିଆସିଛନ୍ତି। ସେ କହିଥିଲେ ଯେ ୨୦୨୩ରେ ଜରୁରୀକାଳୀନ ପରିସ୍ଥିତି ରଦ୍ଦ ହୋଇ ଦେଶରେ ସାଧାରଣ ନିର୍ବାଚନ ହେବ। ମିଆଁମାରରେ ରକ୍ତାକ୍ତ ସଂଘର୍ଷ ପରେ ଏହି କ୍ଷମତା ଦଖଲ ହୋଇଥିଲା। ଏଥିରେ ୯୪୦ ଜଣଙ୍କର ମୃତ୍ୟୁ ଘଟିଥିଲା।

Share