ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍ ଅଫିସରଙ୍କୁ ସ୍ତରରେ ପଦୋନ୍ନତି ଦେଇଛନ୍ତି। ୪ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ୧୯୯୧ ବ୍ୟାଚ୍ର ଆଇଏଏସ୍ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ, ବିଜୟ ଆରୋରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି।