Categories: ଖେଳ

ଭାରତ-ଜିମ଼୍ବାୱେ ମ୍ୟାଚ୍‌ରେ ଜୟସ଼୍ବାଲ ଏବଂ ଶୁଭମନ ଗିଲ୍‌ଙ୍କ ୪ ରେକର୍ଡ

ନୂଆଦିଲ୍ଲୀ, ୧୪।୦୭: ଭାରତ-ଜିମ଼୍ବାୱେ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ସହିତ ସିରିଜ୍‌ କବ୍‌ଜା କରିଛି । ଜଶସ଼୍ବୀ ଜୟସ଼୍ବାଲଙ୍କ ଅପରାଜିତ ୯୩ ରନ୍‌ ଏବଂ ଶୁଭମନ୍‌ ଗିଲଙ୍କ ଅପରାଜିତ ୫୮ ରନ୍‌ ଆକ୍ରମଣାତ୍ମକ ପାଳି ଭାରତକୁ ୧୦ ୱିକେଟ୍‌ରେ ବିଜୟୀ କରାଇଛି । ଭାରତ ଏବେ ୩-୧ରେ ଆଗୁଆ ରହିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିବା ପରେ ଦଳ ଦ଼୍ବିତୀୟ ମ୍ୟାଚ୍‌ରୁ ଫର୍ମକୁ ଫେରିଛି । ଲଗାତାର ୩ଟି ବିଜୟ ହାସଲ କରି ସିରିଜ୍‌ ନିଜପକ୍ଷରେ କରିଛି ।

୪ର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜିମ଼୍ବାୱେ ଭାରତକୁ ୧୫୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ଏହି ରନ୍‌ର ପିଛା କରି ଭାରତ ୧୫.୨ ଓଭରରେ ଶୁଭମନ ଏବଂ ଜୱସ଼୍ବାଲଙ୍କ ଅର୍ଦ୍ଧଶତକ ବଳରେ ବିନା କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ତେବେ ଏହି ମ୍ୟାଚ୍‌ରେ ୪ଟି ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଟି-୨୦ କ୍ରିକେଟ୍‌ ଇତିହାସରେ ଭାରତ ୧୫୦ରୁ ଅଧିକ ରନ୍‌ର ପିଛା କରି ୧୦ ୱିକେଟ୍‌ ସହ ପ୍ରଥମ କରି ଏପରି ମ୍ୟାଚ୍‌ ଜିତିଛି । ବିଶ଼୍ବ କ୍ରିକେଟ୍‌ ଇତିହାସରେ ଏହା ମାତ୍ର ୫ ଥର ହୋଇଛି । ଅନ୍ୟପଟେ ଗିଲ୍‌ ଏବଂ ଜୱସ଼୍ବାଲ ୨୮ ବଲ୍‌ ବାକି ଥାଇ ୧୫୩ ରନ୍‌ ଟାର୍ଗେଟ୍‌ ପୁରଣ କରିଥିଲେ । ଏହା ଭାରତର ସବୁଠାରୁ ଅଧିକ ବଲ୍‌ ବାକି ଥାଇ ଜିତିଥିବା ମ୍ୟାଚ୍‌ ହୋଇଛି।

ତୃତୀୟରେ ଏହା ବିନା କୌଣସି ୱିକେଟ୍‌ ହରାଇ ଅର୍ଥାତ ଦୁଇ ଖେଳାଳିଙ୍କ ୧୫୩ ରନ୍‌ ଭାଗିଦାରୀ ଅତିକ୍ରମ କରିବା ଭାରତ ପାଇଁ ଦ଼୍ବିତୀୟ ମ୍ୟାଚ୍‌ । ଚତୁର୍ଥରେ ଗିଲ୍‌ ଏବଂ ଜୱସ଼୍ବାଲଙ୍କ ଓପନିଂ ଭାଗିଦାରୀର ୧୫୦ ରନ୍‌ ପାର ଭାରତ ପାଇଁ ପଞ୍ଚମ ମ୍ୟାଚ୍‌ । ପୂର୍ବରୁ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଓପନିଂ ଭାଗିଦାରୀ ସବୁଠାରୁ ଅଧିକ ରନ୍‌ର ରେକର୍ଡ ରହିଛି ।

Share