Posted inଜାତୀୟ

ନିର୍ବାଚନ ପରେ ସଙ୍କଟରେ ୪ଟି ଆଞ୍ଚଳିକ ଦଳ, ଭୁଶୁଡିଯିବ ବିଜେଡି, YSR କଂଗ୍ରେସ…

ନୂଆଦିଲ୍ଲୀ,୯।୭: ଦକ୍ଷିଣରେ ଆନ୍ଧ୍ରରୁ ଉତ୍ତରରେ ପଞ୍ଜାବ ପର୍ଯ୍ୟନ୍ତ ୨୦୨୪ର ନିର୍ବାଚନ ଫଳାଫଳ ଦେଶର ୪ଟି ଆଞ୍ଚଳିକ ଦଳର ଟେନଶନ ବଢାଇ ଦେଇଛି। ପରାଜୟ ହେତୁ ଦଳଗୁଡିକ ଭିତରେ ଅନ୍ଦକନ୍ଦଳ ଲାଗି ରହିଛି। ଯାହା ଖୋଲାଖୋଲି ପଦାରେ ପଡିଛି। ପରିସ୍ଥିତି ଏପରି ହୋଇଛି ଯେ ୪ଟି ଦଳର ୨ଜଣ ନେତାଙ୍କ ପଦବୀ ମଧ୍ୟ ବିପଦରେ ରହିଛି। ପ୍ରଥମେ ତେଲଙ୍ଗାନାର BRS ବିଷୟରେ ଆଲୋଚନା କରିବା । ୧୦ବର୍ଷ ଧରି କ୍ଷମତାରେ ଥିବା ବିଆରଏସରେ ଧରପଗଡ ଳାଗି ରହିଛି। ଆନ୍ଧ୍ରର YSR କଂଗ୍ରେସର ଅବସ୍ଥା ମଧ୍ୟ ସମାନ। ପଞ୍ଜାବର ଶିରୋମଣି ଅକାଳି ଦଳ ଏବଂ ଓଡିଶାର ବିଜୁ ଜନତା ଦଳର ଅବସ୍ଥା BRS ଏବଂ YSR ଠାରୁ ଭିନ୍ନ। ବର୍ତ୍ତମାନ ଏହି ଦୁଇ ଦଳରେ କୌଣସି ଧରପଗଡ ପରିସ୍ଥିତି ନାହିଁ, କିନ୍ତୁ ଆଭ୍ୟନ୍ତରୀଣ କଳହ ଦୁଇ ଦଳର ମୁଣ୍ଡବିନ୍ଧା ବଢେଇ ଦେଇଛି।

୧୦ ବର୍ଷ ଧରି ତେଲଙ୍ଗାନାରେ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତିରେ ନିର୍ବାଚନ ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନ ପରେ ବହୁ ବଡ ନେତା ଦଳ ଛାଡିଛନ୍ତି। ଏଥିମଧ୍ୟରେ କେ କେଶବ ରାଓ, ଦାଣ୍ଡେ ଭିଟାଲଙ୍କ ପରି ଭେଟେରାନ ନେତାମାନେ ଅଛନ୍ତି। ଆଜି ଯାଏଁ ଦଳ ଛାଡିଥିବା ନେତାଙ୍କ ମୋଟ ସଂଖ୍ୟାକୁ ଯଦି ଦେଖିବା, ତେବେ ଗତ ଏକ ମାସ ମଧ୍ୟରେ ଜଣେ ରାଜ୍ୟ ସଭା ସଦସ୍ୟ, ୬ଜଣ ବିଧାନ ପରିଷଦ ସଦସ୍ୟ ଏବଂ ବିଆରଏସର ଜଣେ ବିଧାୟକ ଦଳ ଛାଡିଛନ୍ତି।

 

କୁହାଯାଉଛି ଯେ ବିଆରଏସକୁ ଭାଙ୍ଗିବା ପାଇଁ କଂଗ୍ରେସ ତେଲେଙ୍ଗାନାରେ ଅପରେଶନ ଆକାର୍ସ ଚଳାଉଛି। ଏହି ଅପରେଶନର ଉଦ୍ଦେଶ୍ୟ ହେଉଛି ମୁଖ୍ୟ ବିରୋଧୀ ଦଳର ସ୍ଥିତିକୁ BRS ରୁ ଛଡ଼ାଇ ନେବା। ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ନିଜେ ଏହି ଅପରେଶନର ନେତୃତ୍ୱ ନେଉଛନ୍ତି। ବିଆରଏସରେ ବିଭାଜନକୁ ନେଇ ଦଳ କଂଗ୍ରେସକୁ ଟାର୍ଗେଟ କରିଛି। ନିକଟରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପୂର୍ବତନ ସିଏମ କେକେଆରଙ୍କ ପୁଅ କେ.ଟି.ଆର କହିଛନ୍ତି, ରାହୁଲ ଗାନ୍ଧୀ ଦଳବଦଳ ବିରୋଧରେ ଅଛନ୍ତି ଏବଂ ଏଠାରେ କଂଗ୍ରେସ ତାଙ୍କ ଦଳ ଭାଙ୍ଗିବାରେ ଲାଗିଛି।

୨୪ ବର୍ଷ ଧରି ଓଡିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳର ଅବସ୍ଥା ମଧ୍ୟ ସମାନ। ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁବନେଶ୍ୱରରେ ସମୀକ୍ଷା ବୈଠକରେ ପ୍ରଥମେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ବିଜେଡିର ବରିଷ୍ଠ ନେତା ଦେବଶିଷ ସାମନ୍ତରାୟ ପରାଜୟକୁ ନେଇ ଏକ ବଡ ବୋମା ଫିଙ୍ଗିଛନ୍ତି।
ରାଜ୍ୟସଭା ଏମପି ସାମନ୍ତରାୟ କହିଛନ୍ତି, ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିଜେଡିର ପରାଜୟ ପାଇଁ ଦାୟୀ। ଏହାକୁ ନେଇ ପାର୍ଟିରେ ଉତ୍ତେଜନା ଦେଖା ଦେଇଛି। ଦଳ ବର୍ତ୍ତମାନ ସଂଗଠନକୁ ପୁନର୍ବାର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି।

ଲୋକସଭା ନିର୍ବାଚନରେ ପରାଜୟ ପରେ ଶିରୋମଣି ଅକାଳୀ ଦଳରେ ସୁଖବୀର ସିଂ ବାଦଲଙ୍କ ବିରୋଧରେ ଏକ ମୋର୍ଚ୍ଚା ମୁଣ୍ଡ ଟେକିଛି। ନିକଟରେ ହୋଇଥିବା ବୈଠକରେ ସୁଖବୀର ସିଂ ବାଦଲଙ୍କୁ ଅକାଳି ମୁଖ୍ୟ ପଦରୁ ହଟାଇବା ପାଇଁ ଦାବି କରାଯାଉଛି। ସୁଖବୀରଙ୍କ ନେତୃତ୍ୱରେ ଦଳ ୨୦୧୭-୧୦୨୨ ବିଧାନସଭା ନିର୍ବାଚନ ଏବଂ ୨୦୧୯-୨୦୨୪ ଲୋକ ସଭା ନିର୍ବାଚନରେ ହାରିଛି।

ନିର୍ବାଚନ ପରେ ଆନ୍ଧ୍ରପ୍ରଦେଶର YSR କଂଗ୍ରେସ ପାର୍ଟି ମଧ୍ୟ ସଙ୍କଟରେ ପଡ଼ିଛି। ଗୋଟିଏ ପଟେ ଦଳର ବହୁ ବଡ ଓ ଛୋଟ ନେତା ପୋଲିସର ରାଡାରରେ ଥିବାବେଳେ ଅନ୍ୟ ପଟେ ପାର୍ଟିରେ ଧରପଗଡର ପରିସ୍ଥିତି ରହିଛି।
ଦଳର ବହୁ ବଡ ନେତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି। କେବଳ ଏତିକି ନୁହେଁ, ପାର୍ଟି ଅଫିସ ଗୁଡିକରେ ମଧ୍ୟ ବୁଲଡୋଜର ଚଳାଯାଉଛି । ରାଜ୍ୟ ସରକାର YSR କଂଗ୍ରେସର ୧୮ଟି କାର୍ଯ୍ୟାଳୟକୁ ନୋଟିସ ପଠାଇଛନ୍ତି। ସରକାର କହିଛନ୍ତି ଯେ, ଏହି କାର୍ଯ୍ୟାଳୟ ବେଆଇନ ଭାବେ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri