ଭଣ୍ଡାରିପୋଖରୀ,୨୭।୮(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବନ୍ଦାଳୋ ମଢ଼ିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମର ଶାନ୍ତିଲତା ସେଠିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ଜଳିଯାଇଛି। ଖବରପାଇ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶ କ୍ରମେ ୨୩ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ନିର୍ଗୁଣ୍ଡି ସରପଞ୍ଚ ସତ୍ୟବ୍ରତ ପାଲ, ବନ୍ଦାଳୋ ମଢ଼ିଆଳି ସରପଞ୍ଚ ବିଶ୍ୱନାଥ ସାହୁ ପ୍ରମୁଖ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ, ପଲିଥିନ ଆଦି ପ୍ରଦାନ କରିଛନ୍ତି। ଏଥିସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Share