ଆସିକା,୧୮ା୧୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍ଦାର ଚାଲିଛି। ସୋମବାର ଆସିକା ବ୍ଲକ ଅନ୍ତର୍ଗତ ୪ ପଞ୍ଚାୟତର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ବାଲିସିରାସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯୁବନେତା ଶିବ ନାହାକଙ୍କ ନେତୃତ୍ୱରେ ହୋଇଥିବା ସମାବେଶରେ ବାବନପୁର ସମିତିସଭ୍ୟ ସନ୍ତୋଷ ଜେନା, ସିଦ୍ଧନଈ ସମିତିସଭ୍ୟ ରାଜୀବ ପାତ୍ର, ନିମିନା ସମିତିସଭ୍ୟଙ୍କ ସ୍ବାମୀ ଶଶାଙ୍କ ଚର୍ଚ୍ଚି ଏବଂ ବାଲିଛାଇର ସମିତିସଭ୍ୟଙ୍କ ସ୍ବାମୀ ହେମନ୍ତ ଗୌଡ଼ ସେମାନଙ୍କ ସମର୍ଥକଙ୍କୁ ନେଇ ଭାଜପାରେ ମିଶିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ଆସିକା ବିଧାୟକ ସରୋଜ ପାଢୀଙ୍କ ଉପରେ ଦୃଢ଼ ଆସ୍ଥା ଓ ଭରସା ରଖିବା ସହ ଭାଜପାର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳ ପରିବର୍ତ୍ତନ କଲେ ବୋଲି କହିଛନ୍ତି ା
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବ୍ଲକର ଭାରପ୍ରାପ୍ତ ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ, ବରିଷ୍ଠ ଭାଜପା ନେତା ଶିବ ନାହାକ, ବିଜୟ ସ୍ବାଇଁ, ବିଧାୟକ ପ୍ରତିନିଧି ସନ୍ଦୀପ ପାଢୀ, ଅନିଲ ପରିଡା, ଡ. ରାଧାଚରଣ ସାହୁ ପ୍ରମୁଖ ସାମିଲ ଥିଲେ।