ଏନ୍‌ଇଇଟି ପାଇଁ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧ା୯ (ବ୍ୟୁରୋ)-ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଏନ୍‌ଇଇଟି ପରୀକ୍ଷା ପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୪ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ପ୍ରଥମଟି ଖରିଆର ରୋଡ୍‌ରୁ ଅପରାହ୍ନ ୪ଟାରେ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ପରେ ସମ୍ବଲପୁରରୁ ଉକ୍ତ ଟ୍ରେନ୍‌ଟି ୧୩ ତାରିଖ ରାତି ୧୧ଟାରେ ଯାତ୍ରା ଆରମ୍ଭ କରି ଖରିଆର ରୋଡରେ ୧୪ ତାରିଖ ସକାଳ ୪ଟା ୩୦ରେ ପହଞ୍ଚିବ। ଏହା ୮ କୋଚ୍‌ ବିଶିଷ୍ଟ ହେବ। ଦ୍ୱିତୀୟଟି ରାୟଗଡ଼ାଠୁ ଅପରାହ୍ନ ୪ଟାରେ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ପରେ ସମ୍ବଲପୁରରୁ ଉକ୍ତ ଟ୍ରେନ୍‌ଟି ୧୩ ତାରିଖ ରାତି ୧୧ଟାରେ ଯାତ୍ରା ଆରମ୍ଭ କରି ରାୟଗଡ଼ାରେ ୧୪ ତାରିଖ ସକାଳ ୫ଟା ୩୦ରେ ପହଞ୍ଚିବ। ଏହା ମଧ୍ୟ ୮ କୋଚ୍‌ ବିଶିଷ୍ଟ ହେବ।
ସେହିପରି ତୃତୀୟଟି ଭଦ୍ରକରୁ ଭୁବନେଶ୍ୱର ଭାୟା କଟକକୁ ଯାତ୍ରା କରିବାକୁ ଥିବାବେଳେ ୧୨ ତାରିଖ ଅପରାହ୍ନ ୪ଟାରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିବ ଓ ଭୁବନେଶ୍ୱରରେ ସନ୍ଧ୍ୟା ୭ଟା ୩୦ରେ ପହଞ୍ଚିବ। ପରଦିନ ଅର୍ଥାତ ୧୩ ତାରିଖ ସନ୍ଧ୍ୟା ୭ଟାରୁ ଏହି ଟ୍ରେନ୍‌ ପୁର୍ନବାର ଭଦ୍ରକ ଅଭିମୁଖେ ତାର ଯାତ୍ରା ଆରମ୍ଭ କରିବ ଓ ୧୦ଟା ୩୦ ମଧ୍ୟରେ ଭଦ୍ରକରେ ପହଞ୍ଚିବ। ଏହା ୧୬ କୋଚ୍‌ ବିଶିଷ୍ଟ ହେବ। ଶେଷରେ ଚତୁର୍ଥ ସ୍ବତନ୍ତ୍ର ଟ୍ରେନ୍‌ଟି କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକ ଦେଇ ଯାତ୍ରା କରିବ। ଯାହାକି ଅପରାହ୍ନ ୪ଟାରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିବ ଓ ଭୁବନେଶ୍ୱରରେ ସନ୍ଧ୍ୟା ୭ଟା ୪୫ରେ ପହଞ୍ଚିବ। ପରଦିନ ଅର୍ଥାତ ୧୩ ତାରିଖ ସନ୍ଧ୍ୟା ୭ଟା ୩୦ରୁ ଏହି ଟ୍ରେନ୍‌ ପୁର୍ନବାର କେନ୍ଦୁଝର ଅଭିମୁଖେ ତାର ଯାତ୍ରା ଆରମ୍ଭ କରିବ ଓ ୧୧ଟା ୪୫ ମଧ୍ୟରେ କେନ୍ଦୁଝରରେ ପହଞ୍ଚିବ। ଏହି ସେବା ଆସନ୍ତକାଲି ଅର୍ଥାତ୍‌ ଶନିବାର ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକରେ କେବଳ ଏନ୍‌ଇଇଟି ପରିକ୍ଷାର୍ଥୀ ଯାତ୍ରା କରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ କରାଯାଇଛି।

Share