Categories: ଫୁରସତ

୪ ମହଲା କୋଠା ଉପରେ କାର୍‌ ଷ୍ଟଣ୍ଟ୍‌ କରିବା ପଡ଼ିଲା ମହଙ୍ଗା, ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଲୋକମାନେ ଦୁଃସାହସିକ ଷ୍ଟଣ୍ଟ୍‌ କରୁଥିବାର ଦେଖିଥିବେ ନିଶ୍ଚିତ। ବେଳେବେଳେ ଏହି ଷ୍ଟଣ୍ଟ୍‌ ମହଙ୍ଗା ପଡ଼ିଥାଏ। ଜଣେ କାର୍‌ ଚାଳକ ଏକ ୪ ମହଲା କୋଠାରୁ ଦୁଇ ବିଲ୍ଡିଂ ମଧ୍ୟରେ ଷ୍ଟଣ୍ଟ କରୁଥିଲେ। ଷଣ୍ଟ୍‌ ସମୟରେ ଏମିତି କିଛି ଘଟିଥିଲା, ଯେଉଁଥିରେ ପାଖରେ ଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଡ୍ରାଇଭର କାର୍‌କୁ ସଠିକ ଭାବରେ ଡିଆଁଇବାରେ ସକ୍ଷମ ହୋଇପାରି ନ ଥିଲେ। ଯେଉଁ କାରଣରୁ କାର୍‌ଟି ପ୍ରଥମ ବିଲଡିଂରୁ ଦ୍ୱିତୀୟକୁ ଯିବା ପୂର୍ବରୁ କାନ୍ଥରେ ଧକ୍କା ଖାଇ ତଳକୁ ଖସିପଡ଼ିଥିଲା।

ମାତ୍ର ୫ ସେକେଣ୍ଡରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ଚକିତ କରି ଦେଇଥିଲା। ଉଚ୍ଚତାରୁ ଖସିଯାଇଥିବା କାର୍‌କୁ ଦେଖିବା ପାଇଁ ଲୋକମାନେ ଦୌଡ଼ି ଆସିଥିଲେ। ଏହି ଭୟଙ୍କର ଦୁର୍ଘଟଣା ଦେଖି ସେ ଚିତ୍କାର କରୁଥିବା ଭିଡିଓରେ ଶୁଣିବାକୁ ମିଳେ। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଡ୍ରାଇଭର ଗୁରୁତର କିମ୍ବା ପ୍ରାଣ ହରାଇ ଥାଇପାରନ୍ତି ବୋଲି ଦେଖଣାହାରୀ କୁହନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

@mz_esheza ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର ହୋଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ‘ଏହା କାହାର ସ୍ବପ୍ନର କାର୍‌’। ୫ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଲୋକମାନେ ଭିଡିଓ ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Share