ଭୁଶୁଡ଼ିଲା ୪ ମହଲା କୋଠା, ୪ ମୃତ

କାଇରୋ,୬ା୯: ଇଜିପ୍ଟର ରାଜଧାନୀ କାଇରୋରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାଇରୋସ୍ଥିତ ଏକ ୪ ମହଲା କୋଠା ଭୁଶୁଡ଼ିପଡ଼ିବାରୁ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କର୍ମଚାରୀମାନେ ବିଲ୍ଡିଂର ଆବର୍ଜନାରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏହା ସହିତ ପୋଲିସ କର୍ମଚାରୀମାନେ ଅଞ୍ଚଳକୁ ଘେରି ରହିଛନ୍ତି।

Share