କାଳ ହେଲା ଭସାଣି: ଗଣେଶ ବିସର୍ଜନ କରିବାକୁ ଆସି ଭାସିଗଲେ ୪ ଛାତ୍ର, ୨ ଉଦ୍ଧାର, ୨ ନିଖୋଜ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଇବା ସମୟରେ ୪ଛାତ୍ର ପାଣି ସୁଅରେ ଭାସି ଯାଇଛନ୍ତି। ଖବରପାଇ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି  ଦୁଇ  ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ନିଖୋଜ ଅଛନ୍ତି।
ସୂଚନାଯୋଗ୍ୟ, ନିକଟସ୍ଥ ଏକ ମେସରୁ ଛାତ୍ରମାନେ ଗଣେଶ ମୂର୍ତ୍ତି ଭସାଇବା ପାଇଁ କେନାଲକୁ ଯାଇଥିଲେ । ପାଣିରେ ମୂର୍ତ୍ତି ଭସାଇବା ସମୟରେ ଅସାବଧାନତାବଶତଃ ଚାରିଜଣ ପାଣି ସୁଅରେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ କର୍ମଚାରୀମାନେ ପହଞ୍ଚିି ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ଥିଲେ।  ତେବେ   ରିପୋର୍ଟ ଲେଖା ହେବା  ପର୍ଯ୍ୟନ୍ତ ଦୁଇ ନିଖୋଜ ଛାତ୍ରଙ୍କୁ ଖୋଜା  ଜାରି ରହିଛି।