Categories: ଖେଳ

୪ ଦଳର ଅଭିଯାନ ଶେଷ

ଭୁବନେଶ୍ୱର, ୨୧।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟ ପରେ ୪ ଦଳର ଅଭିଯାନ ଶେଷ ହୋଇଛି। ଅର୍ଥାତ୍‌ ପ୍ରତି ଗ୍ରୁପ୍‌ର ୪ର୍ଥ ସ୍ଥାନୀୟ ଦଳ ଏଣିକି ପୋଜିଶନ ପାଇଁ କେବଳ କ୍ଲାସିଫିକେଶନ ମ୍ୟାଚ ଖେଳିବେ। ଏହି ୪ ଦଳ ହେଉଛନ୍ତି ଦକ୍ଷିଣ ଆଫ୍ରିକା, ଜାପାନ, ଚିଲି ଓ ଓ୍ବେଲ୍ସ। ୪ଟି ଯାକ ଦଳ ୩ଟି ଲେଖାଏ ମ୍ୟାଚ ଖେଳିଥିଲେ ମଧ୍ୟ ପଏଣ୍ଟ ଖାତା ଖୋଲିପାରି ନାହାନ୍ତି। ଏହା ମଧ୍ୟରେ ୨ ପଦାର୍ପଣକାରୀ ଦଳ ଚିଲି ଓ ଓ୍ବେଲ୍ସ ମଧ୍ୟ ରହିଛନ୍ତି। ଦକ୍ଷିଣ ଆଫ୍ରିକା ୩ଟି ଗୋଲ ଦେଇଥିବାବେଳେ ୧୨ଟି ବରଣ କରିଛି। ଜାପାନ ୨ଟି ଗୋଲ ଦେଇଛି ଏବଂ ୧୨ଟି ବରଣ କରିଛି। ସେହି ତୁଳନାରେ ଦେଖିବାକୁ ଗଲେ ଚିଲିର ଗୋଲ ସଂଖ୍ୟା ୩-୨୦ ଥିବାବେଳେ ଓ୍ବେଲ୍ସର ୩-୧୪ ରହିଛି।

Share