Categories: ଜାତୀୟ

କର୍ନାଲରୁ ୪ ଆତଙ୍କବାଦୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ…

କର୍ନାଲ, ୫।୫ : ହରିୟାଣାର କର୍ନାଲ୍‌ରୁ ୪ ଆତାଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ହରିୟାଣା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମସ୍ତ ଆତଙ୍କବାଦୀଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ପୋଲିସ କହିଛି।

ଇଣ୍ଟେଲଜେନ୍ସ ବ୍ୟୁରୋ ପକ୍ଷରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଗୁରୁବାର ଭୋର୍‌ ୪ଟାରେ ସେମାନଙ୍କୁ ବସତାଡ଼ା ଟୋଲ ପ୍ଲାଜାଠାରୁ ଗିରଫ କରାଯାଇଥିଲା। ସେମାନେ ଟୋଲ୍‌ ପ୍ଲାଜା ଅତିକ୍ରମ କରି ମଧୁବନଠାରେ ପହଞ୍ଚିଥିବା ସମୟରେ ପୋଲିସ ସେମାନଙ୍କର ପିଛା କରି ଗିରଫ କରିଥିଲେ। ସେମାନେ ମହାରାଷ୍ଟ୍ରର ନାନ୍ଦେଡ ଯାଉଥିବା ପଚରାଉଚରା ସମୟରେ ପୋଲିସକୁ ସୂଚନା ଦେଇଛନ୍ତି।

ତେବେ ସେମାନେ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେମାନେ ଯାଉଥିବା ଏସ୍‌ୟୁଭିରୁ ଗୋଳା ବାରୁଦ ଏବଂ କଣ୍ଟେନର ଜବତ ହୋଇଛି।

Share