Categories: ଜାତୀୟ

ମଧ୍ୟପ୍ରଦେଶରେ ଭାଜପା ଜିତିବାର ଅସଲ କାରଣ କହିଲେ ଶିବରାଜ

ଭୋପାଳ,୩।୧୨: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୧୬୩ ଆସନରେ ଆଗୁଆ ରହିଛି। ଏପରିକି କଂଗ୍ରେସ ୬୪ ଆସନରେ ଆଗୁଆ ରହିଛି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶରେ ଭାଜପା କେଉଁ କାରଣ ପାଇଁ ଅପତ୍ୟାଶିତ ବିଜୟ ହାସଲ କଲା ସେନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ। ଭାଜପାର ପ୍ରଭାବଶାଳୀ ବିଜୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଷ୍ଠିତ ସଭା ଏବଂ ସେ ଜନସାଧାରଣଙ୍କୁ ଦେଇଥିବା ଆହ୍ବାନ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଏହି କାରଣରୁ ମଧ୍ୟପ୍ରଦେଶରେ ଭାଜପା ଏହି ବିଜୟ ଧାରା ଆସିଛି।

ଏପରିକି ଡବଲ ଇଞ୍ଜିନ ସରକାର ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନା ରାଜ୍ୟରେ ଦଳକୁ ସାହାଯ୍ୟ କରିଛି। ଲାଡଲି, ଲକ୍ଷ୍ମୀ ଭଳି ଯୋଜନା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି। ଏଥିସହିତ ବିଭିନ୍ନ ଜନକଲ୍ୟାଣ ଯୋଜନା ଯୋଗୁ ଭାଜପା ପ୍ରତି ରାଜ୍ୟର ଭଉଣୀମାନଙ୍କ ବହୁତ ଭଲପାଇବା ରହିଛି ବୋଲି ଶିବରାଜ କହିଛନ୍ତି। ଦଳର ପୂର୍ଣ୍ଣ ବିଶ୍ୱାସ ରହିଥିଲା ସଂଖ୍ୟାଗରିଷ୍ଠତା ମିଳିବ। ଦଳର ବିଜୟ ପାଇଁ ସୌରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଶିବରାଜ ଶ୍ରେୟ ଦେଇଛନ୍ତି। ଭାଜପା କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଯୋଗୁ ଏହି ବିଜୟ ସମ୍ଭବ ହୋଇପାରିଛି ବୋଲି ଶିବରାଜ କହିଛନ୍ତି।

ଭାଜପା ପ୍ରତି କୌଣସି ବିରୋଧୀ ଭାବନା କେବେ ଦେଖି ନ ଥିଲି। କିଛି କଂଗ୍ରେସ ନେତା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଜନସାଧାରଣଙ୍କ ଭାଜପା ପ୍ରତି ବିଶ୍ୱାସ ରହିଛି। ସେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଦଳୀୟ ନେତୃତ୍ୱ ସ୍ଥିର କରିବେ ବୋଲି ସେ କହିଛନ୍ତି।

 

Share