ପୁରୀ ସମୁଦ୍ରରେ ଭାସିଗଲେ ୪ ପର୍ଯ୍ୟଟକ

ପୁରୀ,୧୮।୧୧: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ୪ ଜଣ ପର୍ଯ୍ୟଟକ ଭାସିଯାଇଛନ୍ତି। ସେକ୍ଟର ୩ରେ ଗାଧୋଇଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରର ଚିଣ୍ଟୁ କୁମାର, ବିପିନ କୁମାର, କମଳେଶ କୁମାର ଓ ମହେକ କୁମାର ।

Share