୪ ବାଲି ବୋଝେଇ ଟ୍ରକ୍‌ ଜବତ

ଗଞ୍ଜାମ,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି ବାଲି ବୋଝଇ ଟ୍ରକ୍‌ ଜବତ କରାଯାଇଥିବା ଜଣାପଡ଼ିଛି l ଜବତ ଟ୍ରକ୍‌ଗୁଡ଼ିକ ଗଞ୍ଜାମ ଥାନା ସମ୍ମୁଖରେ ଦୁଇ ଦିନ ହେବ ରହିଥିଲେ ମଧ୍ୟ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି l ଉକ୍ତ ବାଲି ବୋଝଇ ଟ୍ରକ କଟକ ବାଲି ଘାଟରୁ ବାଲି ବୋଝେଇ କରି ଆନ୍ଧ୍ର ପ୍ରଦେଶ ଚୋରା ଚାଲାଣ ବେଳେ ଚଢ଼ାଉ କରି ଧରିଛି ପ୍ରଶାସନ। ଏହିଭଳି ବାଲି ବୋଝେଇ ଟ୍ରକ୍‌ ଜବତ ହେଉଥିଲେ ମଧ୍ୟ ଏନେଇ ତହସିଲ ପ୍ରଶାସନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରୁନାହିଁ।