Categories: ଜାତୀୟ

ଗୁଜରାଟର ୪ ଗାଁ ଦାଦର-ନଗର ହଭେଲିରେ ମିଶିବ…

ଅହମଦାବାଦ, ୧୬।୮ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁଜରାଟର ୪ ଗାଁ ଏବଂ କିଛି ଜମି କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହଭେଲି ଏବଂ ଦାମନ-ଡିୟୁକୁରେ ମିଶାଇବାକୁ ଯୋଜନା କରୁଛନ୍ତି। ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଅଧିକାରୀମାନେ ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି।

ଏହି ପ୍ରସ୍ତାବ ଅନୁଯାୟୀ ଦକ୍ଷିଣ ଗୁଜରାଟର ଭାଲସାଡ ଜିଲାର ମେଘୱାଲ, ନଗର, ରାୟମାଲ ଏବଂ ମଧୁବନ ତଥା ସୌରାଷ୍ଟ୍ରର ଘୋଘଲା ଗାଁର ଏକ ଅଂଶକୁ କେନ୍ଦ୍ରଶାସିତ ଅଞ୍ଚଳରେ ମିଶ୍ରଣ କରାଯିବାକୁ ଯୋଜନା କରୁଛନ୍ତି। ଏହି ଚାରିଟି ଗାଁକୁ ପ୍ରବେଶ କରିବା ଡିୟୁ ଅଧିକ ସହଜ ଥିବାବେଳେ ସୌରାଷ୍ଟ୍ରର ଏକ ଅଂଶ ୧୯୮୯ରେ ଗୁଜରାଟକୁ ଦିଆଯାଇଥିବା ଏକ ଜମି ବଦଳରେ ଦିଆଯିବ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗୁଜରାଟ ସରକାରଙ୍କ ପ୍ରତିନିଧୀ ତଥା ଦାଦର ନଗର ହଭେଲି ଏବଂ ଦାମନ -ଡିୟୁ ଅଧିକାରୀ କେନ୍ଦ୍ରୀୟ ପ୍ରଶାସକଙ୍କ ସହ ଆଲୋଚନା ହୋଇଛି, କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ନଗର, ରାୟମାଲ ଏବଂ ମଧୁବନ ଗ୍ରାମଗୁଡିକ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାବେଳେ ମେଘୱାଲ ଗାଁ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ଘେରି ହୋଇ ରହିଛି ।

ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ କାରଣ ଗୁଜରାଟ ସରକାର ନଗର, ରାୟମଲ ଏବଂ ମଧୁବନକୁ କେନ୍ଦ୍ର ଶାସିତ ଅଞ୍ଚଳରେ ମିଶ୍ରଣ କରିବାର ପ୍ରସ୍ତାବକୁ ନେଇ ଏପର୍ଯ୍ୟନ୍ତ ପୂର୍ଣ୍ଣ ସମ୍ମତି ଦେଇନାହାଁନ୍ତି। ତେବେ ମେଘୱାଲ ଗ୍ରାମକୁ ହସ୍ତାନ୍ତର କରିବାକୁ ଏହା ନୀତିଗତ ଅନୁମୋଦନ ଦେଇଛି।

୧୯୮୯ରେ ଡିୟୁ ଗୁଜୁରାଟକୁ ମତ୍ସ୍ୟଜୀବୀ ବନ୍ଦରର ବିକାଶ ପାଇଁ ହସ୍ତାନ୍ତର କରିଥିବା ଜମି ପ୍ରତିବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ସୌରାଷ୍ଟ୍ର ତଟରେ ଥିବା ଘୋଘଲା ଠାରେ ଏକ ଜମି ମାଗୁଛି।

ଅଧିକାରୀମାନେ କହିଛନ୍ତି ଯେ ଯଦି ଜମି ଏବଂ ଏହି ଚାରିଟି ଗ୍ରାମକୁ କେନ୍ଦ୍ର ଶାସିତ ଅଞ୍ଚଳକୁ ହସ୍ତାନ୍ତର କରାଯାଏ, ତେବେ ପର୍ଯ୍ୟଟନ ସେଠାରେ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ସେଠାରେ ମଦ ବିକ୍ରି ହେବ। ମାତ୍ର ଗୁଜୁରାଟରେ ମଦ ବିକ୍ରି ନିଷେଧ ହୋଇଥିବାରୁ ଏକ ସମସ୍ୟା ଉପୁଜିବ।

Share