ବ୍ୟବସାୟଙ୍କଠାରୁ ଟଙ୍କା ଲୁଟିନେଲେ ୪ ୱେବ ଖବରଦାତା: ଧରିଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ୫ଜଣଙ୍କ ମଧ୍ୟରୁ ୪ଜଣ ୱେବ ଖବରଦାତା ବୋଲି ଜଣାପଡିଛି।

ଅକ୍ଟୋବର ୨ ତାରିଖରେ ଭବାନୀପାଟଣା ସହର କୃଷି ମହାବିଦ୍ୟାଳୟ ନିକଟରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀଙ୍କଠାରୁ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିଲା। ଏନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୪ ୱେବ ଖବରଦାତାଙ୍କ ସହ ଅନ୍ୟଜଣଙ୍କୁ ଗିରଫ କରିଥିଲା।

Share