ରାଜଧାନୀରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଛି। ନୟାପଲ୍ଲୀ ଥାନାଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଶିଶୁଟି ଗୁରୁତର ଅବସ୍ଥାରେ ଏକ ବସ୍ତି ଅଞ୍ଚଳରେ ପଡିଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବଳାତ୍କାର ମାମଲା ରୁଜୁ କରି ତଦନ୍ତ କରିଛି। ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଏକ ଗଛରେ ଲୁଚିଥିବାବେଳେ ପୋଲିସ ତାଙ୍କୁ ଧରିଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଛି। ପୀଡିତା ଶିଶୁ ସୁସ୍ଥ ହେବା ପରେ ବୟାନ ନିଆଯିବ ବୋଲି ପୋଲିସ କହିଛି।

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଶିଶୁଟି ଘର ପାଖରେ ଖେଳୁ ଖେଳୁ ରାତି ସାଢେ ୮ଟା ହୋଇଯାଇଥିଲା। ଉକ୍ତ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ଅଭିଯୁକ୍ତ ଜଣକ ଶିଶୁଟିକୁ ଏକାକୀ ଥିବା ଦେଖି ଚକୋଲେଟ ଦେବା ବାହାନାରେ ପାଖକୁ ଡାକିଥିଲେ। ଶିଶୁଟି ପହଞ୍ଚତ୍ବାକ୍ଷଣି ତାଙ୍କ ପାଟି ବନ୍ଦ କରି ଘର ଭିତରକୁ ଟେକି ନେଇଯାଇ ବଳାକତ୍ାର କରିଥିଲେ। ଏହାପରେ ଶିଶୁଟିକୁ ଅଚେତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ସେହି ବାଟରେ ଯାଉଥିବା ଜଣେ ବ୍ୟକ୍ତି ଶଶୁଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଡାକିବା ସହ ହସ୍ପିଟାଲ ନେଇଥିଲେ।

Share