ନୂଆଦିଲ୍ଲୀ,୧୪।୨: ୨୦୧୯ ଫେବୃୟାରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣକୁ ଆଜି ୪ ବର୍ଷ ପୂରିଛି। ମଙ୍ଗଳବାର ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେ ପକାଇଛନ୍ତି। ଟୁଇଟ୍ରେ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପୁଲୱାମାରେ ଏହି ଦିନ ଆମେ ଆମର ବୀର ଯବାନଙ୍କୁ ହରାଇଥିଲୁ। ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ଭାରତ କେବେ ଭୁଲି ପାରିବାନାହିଁ। ସେମାନଙ୍କର ସାହସ ଏକ ଶକ୍ତିଶାଳୀ ତଥା ବିକଶିତ ଭାରତ ଗଠନ ପାଇଁ ପ୍ରେରିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୁଲଓ୍ବାମା ଆତଙ୍କୀ ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଯାଇଥିଲେ। ଆଜି ସେହି ଭୟଙ୍କର ଘଟଣାକୁ ୪ ବର୍ଷ ପୂରିଛି।
Remembering our valorous heroes who we lost on this day in Pulwama. We will never forget their supreme sacrifice. Their courage motivates us to build a strong and developed India.
— Narendra Modi (@narendramodi) February 14, 2023