Categories: ଜାତୀୟ

୨୦୦ ଫୁଟର ବୋର୍‌ଓ୍ବେଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ: ଉଦ୍ଧାର ଲାଗି ସେନା ସହାୟତା ଲୋଡ଼ାଗଲା

ଭୋପାଳ,୪।୧୧: ମଧ୍ୟପ୍ରଦେଶର ନିଓ୍ବାରି ଜିଲା ଅନ୍ତର୍ଗତ ବରୋ ବୁଜୁର୍ଗ ଗ୍ରାମସ୍ଥିତ ଏକ ଫାର୍ମରେ ଥିବା ୨୦୦ ଫୁଟର ଏକ ବୋର୍‌ଓ୍ବେଲ ଭିତରକୁ ଜଣେ ୪ ବର୍ଷର ଶିଶୁ ବୁଧବାର ସକାଳେ ଖସିପଡ଼ିଛି। ଶିଶୁଟିକୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଥିବାବେଳେ ସେନା ସହାୟତା ଲୋଡ଼ାଯାଇଛି। ଫାର୍ମ ମାଲିକ ହରିକିଶନଙ୍କ ବଡ଼ପୁଅ ପ୍ରହ୍ଲାଦ ସେଠାରେ ଖେଳୁଥିବାବେଳେ ବୋରଓ୍ବେଲ ଭିତରକୁ ଖସିପଡ଼ିଥିଲେ। ଶିଶୁଟିକୁ ଉଦ୍ଧାର ଲାଗି ସମସ୍ତ ପ୍ରୟାସ କରାଯାଉଥିବା ନିଓ୍ବାରି ଏସ୍‌ପି ବାହିନୀ ସିଂ ପ୍ରକାଶ କରିଛନ୍ତି।

Share