୪ ଯୁବତୀଙ୍କୁ କରିଥିଲେ ବଳାତ୍କାର: କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସ୍ବୀକାର କଲେ ନିଜ ଦୋଷ, ଆଉ ତା’ ପରେ…

ନ୍ୟୁୟର୍କ,୨୫ା୧୧: ଜଣେ କି ଦୁଇ ଜଣ ନୁହେଁ, ୪ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନ୍ୟୁୟର୍କର ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ୨୦ ବର୍ଷୀୟ କ୍ରିଷ୍ଟୋଫର ଓ୍ବେଲଟର ନାମକ ଜଣେ ଯୁବକ ୨୦୧୭ ଏବଂ ୨୦୧୮ ମଧ୍ୟରେ ଲେମ୍ବିଷ୍ଟନରେ ପରିବାର ସହ ରହୁଥିବା ୪ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହି କଥା ଜଣାପଡ଼ିଥିଲା କୋର୍ଟରେ। ଜାଣନ୍ତୁ କେମିତି…

ନିଏଗ୍ରା କାଉଣ୍ଟି କୋର୍ଟର ଜଜ୍‌ ମେଥ୍ୟୁ ମର୍ଫି ଏକ ବଳାତ୍କାର କେସ୍‌ର ବିଚାର କରି ରାୟ ଶୁଣାଇଛନ୍ତି। କୋର୍ଟରେ ବିଚାର ଚାଲିଥିବା ବେଳେ କିଛି ବଳାତ୍କାର ପୀଡ଼ିତା ଉପସ୍ଥିତ ଥିଲେ। ଅଭିଯୁକ୍ତମାନେ ମଧ୍ୟ ଉପସ୍ଥିତ ଥିଲେ। ଜଜ୍‌ କହିଥିଲେ ଯିଏ ପ୍ରକୃତ ଦୋଷୀ ସେ ନିଜେ ଠିଆ ହୋଇ ନିଜର ଦୋଷ ସ୍ବୀକାର କରନ୍ତୁ। ଏହି ସମୟରେ କ୍ରିଷ୍ଟୋଫର ଠିଆ ହୋଇ ଜଜ୍‌ଙ୍କ ଆଗରେ ସବୁ କହିଥିଲେ। ସେ ୪ ଯୁବତୀଙ୍କୁ ବଳତ୍କାର କରିଥିବା ସ୍ବୀକାର କରିଥିଲେ। ଏହା ପରେ ଜଜ୍‌ ତାଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Share