ନୂଆଦିଲ୍ଲୀ,୩ା୭: କେନ୍ଦ୍ରୀୟ ଦିଲ୍ଲୀର ପାଣ୍ଡବ ନଗର ଅଧୀନ ସଙ୍ଗମ କଲୋନିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ଝଗଡ଼ାକୁ କେନ୍ଦ୍ରକରି ସଙ୍ଗମ କଲୋନି ବାସିନ୍ଦା ଅଭିଷେକଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଅଭିଯୁକ୍ତଙ୍କୁ ଧରିବା ପରେ କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ମାସକ ମଧ୍ୟରେ ଏହା ଚତୁର୍ଥ ଆକ୍ରମଣ।
ଗତ ୨୪ ତାରିଖରେ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଝରେଡ଼ା ଗ୍ରାମରେ ୨୨ ବର୍ଷୀୟ ଯୁବକ ଆଶିଷଙ୍କୁ ଛୁରିଭୁସି ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଶିଷଙ୍କୁ ହତ୍ୟା କରିଥିବା ଜଣାପଡିଛି। ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ବିକାଶ ଏବଂ ଧନୁଙ୍କୁ ଗିରଫ କରିଛି। ସେହିପରି ଗତ ମାସ ୨ ତାରିଖରେ ଜଣେ ୧୮ ବର୍ଷର ଯୁବକଙ୍କୁ ଦିଲ୍ଳୀର ଜନଗହଳି ରାସ୍ତାରେ ଦୁଇଜଣ ଛୁରିରେ ଆକ୍ରମଣ କରିଥିଲେ। ଏପରିକି ପୂର୍ବ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ୯ ତାରିଖରେ କାସିମ ନାମକ ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା।