ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବ ୪ ୟୁଟ୍ୟୁବ୍‌ ଚାନେଲ

ପୁରୀ ଅଫିସ,୧୨ା୮: ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍‌ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ ଷ୍ଟୁଡିଓ ପକ୍ଷରୁ ଗୁରୁବାର ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଷ୍ଟୁଡିଓର ଚେୟାରମ୍ୟାନ ସନାତନ ଦାସ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ କାର୍ତ୍ତିକ କୁମାର ଏବଂ ଯୁବ ଉଦ୍‌ଘୋଷକ ଗଣେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିପାଇଁ ୩ଟି ଭାଷା ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳାରେ ଜଗନ୍ନାଥଙ୍କ ଗାରିମା ପ୍ରଚାର ହେବ। ଏଥିପାଇଁ ପଦ୍ମନାଭ ଭକ୍ତି , ପଦ୍ମନାଭ ଓଡ଼ିଆ , ପଦ୍ମନାଭ ହିନ୍ଦୀ ଏବଂ ପଦ୍ମନାଭ ବଙ୍ଗଳା ନାର୍ମକ ୪ଟି ୟୁଟ୍ୟୁବ ଚାନେଲ ଖୋଲାଯାଇଛି। ଏଥିରେ ଧାର୍ମିକ ସିରିଏଲ ଏବଂ ଶୋ ମଧ୍ୟ ପ୍ରସାରିତ ହେବ।

Share