ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି ପାଇଛି। ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୫୨ ଜଣ ସୁସ୍ଥ ହୋଇଥିବା ବେଳେ ୪୦୪ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।