୫ଟା ଯାଏ ମିଳିଲାନି ତ୍ରାହି

ଭୁବନେଶ୍ୱର,୨୨ା୪(ବ୍ୟୁରୋ)- ପ୍ରଚଣ୍ଡ ଖରାରେ ସିଝିଛି ରାଜଧାନୀ। ଦିନସାରା ତତଲା ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା। ଚଳିତ ବର୍ଷର ସବୁଠୁ ଉତ୍ତପ୍ତ ଦିବସ ସହରକୁ ଅସ୍ତବ୍ୟସ୍ତ କରିଦେଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ଅନ୍ୟପକ୍ଷରେ ଝଡ଼ବର୍ଷା ଯୋଗୁ ଗତ କିଛିଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମରେ ଆଉଟୁପାଉଟୁ ହେଉଥିବା ଆଭ୍ୟନ୍ତରୀଣ ଓଡ଼ିଶା ଏବେ ଆଶ୍ୱସ୍ତ ହୋଇଛି। ଝଡ଼ବର୍ଷା ଯୋଗୁ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯାଇଛି।

Share