Categories: ଜାତୀୟ

ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌, ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ୪୦ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ,୧୯।୫: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌। ଉତ୍ତରପ୍ରଦେଶ ଆଗ୍ରାରେ ବଡ଼ ଧରଣର ଆଇଟି ରେଡ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଆୟକର ଅଧିକାରୀମାନେ ଟଙ୍କା ଗଣା କାର୍ଯ୍ୟରେ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ନଗଦ ୪୦ କୋଟି ଟଙ୍କା ଜବତ ହୋଇଛି । ଟଙ୍କା ଗଣା ଜାରି ରହିଥିବାରୁ ଜବତ ଟଙ୍କାର ପରିମାଣ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଶନିବାର ଅପରାହ୍ନରୁ ଆୟକର ବିଭାଗର ଏକ ସ୍ବତନ୍ତ୍ର ଟିମ ଚଢାଉ ଜାରି ରଖିଛି ।

Share