କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍ ୭୨ ଜଣ ଯାତ୍ରୀ ଥିଲେ।
ସେନାର ମୁଖପାତ୍ର କହିଛନ୍ତି, ୩୦ ବର୍ଷରୁ ଅଧିକ ଦିନ ପରେ ନେପାଳରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଏହି ବିମାନରେ ୫୩ ନେପାଳୀ ନାଗରିକ, ୫ ଭାରତୀୟ, ୪ ରୁଷୀୟାନ, ୨ ଜଣ କୋରିଆ, ଜଣେ ଆର୍ଜେଣ୍ଟିନା, ଜଣେ ଫରାସୀ ଏବଂ ଜଣେ ଇଂଲଣ୍ଡ ନାଗରିକ ଥିଲେ।
ସୂଚନାଯୋଗ୍ୟ, ୟେଟି ଏୟାରଲାଇନ୍ସ ଏଟିଆର୍-୭୨ ବିମାନଟି ରବିବାର ସକାଳେ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ବିମାନଟି କାସ୍କି ଜିଲାର ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି କାରଣରୁ ବିମାନ ବନ୍ଦର ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି। ଦୁର୍ଘଟଣା ସମୟରେ ୟେଟି ଏୟାରଲାଇନ୍ସର ବିମାନରେ ୬୮ ଜଣ ଯାତ୍ରୀଙ୍କ ସମେତ ୪ ଜଣ କ୍ରୁ ସଦସ୍ୟ ଥିଲେ।