୪୦ ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ କଲେଜର ୪୦ ଜଣ ଡାକ୍ତରଙ୍କ ମନୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ କୁଳପତି ଡ. ବିପିନ୍‌ ପୁରୀ ଏବଂ ଚିକିତ୍ସା ଅଧିକ୍ଷକ ଡ. ହିମାଂଶୁ ମଧ୍ୟ ରହିଛନ୍ତି। ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ସର୍ଜରୀ ବିଭାଗର ୨୦ ଜଣ ରହିଛନ୍ତି। ସେହିପରି ୟୁରୋଲୋଜିର ୯ ଏବଂ କ୍ରିଟିକାଲ ମେଡ଼ିସିନ୍‌ କେୟାରର ୩ ଜଣ ଡାକ୍ତର ଅଛନ୍ତି। ମେଡ଼ିକାଲ କଲେଜରେ ସମସ୍ତ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ମାର୍ଚ୍ଚ ୨୫ରେ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। ଟିକା ନେବାପରେ ବି ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ହସ୍ପିଟାଲ ଆସୁଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Share