Categories: ଜାତୀୟ

କଣ୍ଟେନରରେ ଜଳିଗଲା ୪୦ ଇ-ସ୍କୁଟର

ନାସିକ,୧୨।୪: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜିତେନ୍ଦ୍ର ଇଲେକ୍ଟିକ୍‌ ଭେହିକ୍ଲସ୍‌ର ଏକ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଇ-ସ୍କୁଟର ଜଳିଯାଇଛି।

ମିଳିଥିବା ସୂଚନା ମୁତାବକ, ଇଭି କାରଖାନାରୁ ଇ-ସ୍କୁଟରଗୁଡ଼ିକୁ ଏକ କଣ୍ଟେନରରେ ନିଆଯାଉଥିଲା। ସେତିକି ବେଳେ ଗାଡିରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜାଣିବା ଜଣାପଡି ନାହିଁ। ହେଲେ କମ୍ପାନୀ ପକ୍ଷରୁ ଘଟଣାର ତଦନ୍ତ ଚାଳିଛି।

Share