ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ ବିଲରେ ଫସଲ ଅମଳ କରୁଥିବାବେଳେ ଆକ୍ରମଣ ହୋଇଥିଲା। ବର୍ନୋ ସମ୍ପ୍ରଦାୟ ଧାନଚାଷ ପାଇଁ ଜଣାଶୁଣା। ୧୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେମାନେ ସ୍ଥାନୀୟ ସରକାରୀ ପରିଷଦ ପାଇଁ ଭୋଟ ଦେଇଥିଲେ। ଚାଷୀମାନଙ୍କୁ ଆତଙ୍କବାଦୀମାନେ ଘେରିଯାଇ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ରାଜ୍ୟର କୃଷକ ନେତା ମାଲାମ ଜବରମାରି କହିଛନ୍ତି।