ନୂଆଦିଲ୍ଲୀ, ୧୨।୬: ବୁଧବାର ଦକ୍ଷିଣ କୁଏତର ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି । ଫଳରେ ୪୦ଜଣ ଭାରତୀୟ ଏହି ନିଆଁରେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କୁଏତର ମଙ୍ଗାଫ୍ ଅଞ୍ଚଳରେ ସକାଳ ୬ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯେଉଁ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି ସେଠାରେ ଗୃହ ନିର୍ମାଣ ଶ୍ରମିକମାନେ ବସବାସ କରୁଥିବା ଆଞ୍ଚଳିକ ଟିଭିକୁ ସ୍ଥାନୀୟ ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ଅଗ୍ନିକାଣ୍ଡରେ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ଲୋକଙ୍କ ମୃତଦେହ ରହିଛି । ଏହି ବିଲ୍ଡିଂରେ ପାଖାପାଖି ୧୬୦ ଜଣ ରହୁଥିବା ବେଳେ ଅଧିକାଂଶ ଭାରତୀୟ ଥିବା ଜଣାପଡ଼ିଛି ।
ତେବେ ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଉପରେ ଲକ୍ଷ୍ୟ ରଖାଯାଇଛି । ଆହତ ଭାରତୀୟଙ୍କୁ କିପରି ଭଲ ସ଼୍ବାସ୍ଥ୍ୟ ସେବା ଯୋଗାଇ ହେବ ସେ ନେଇ ଧ୍ୟାନ ଦିଆଯାଉଛି । ପ୍ରାୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।