Posted inUncategorized

କମ୍ପାନୀ କରିବା ନାଁରେ ୪୦ ଲକ୍ଷ ଠକି ଦମ୍ପତି ଗିରଫ

ପାଟକୁରା, ୨୫ା୬ (ରବୀନ୍ଦ୍ରନାଥ ବାରିକ): ଔଷଧ କାରବାରରୁ ଧରମ ଭାଇ କରି ହାତରେ ରାକ୍ଷୀ ବାନ୍ଧି ଥିଲେ। ସହଭାଗିତାରେ ଔଷଧ କମ୍ପାନୀ କରି ଜଣେ ଯୁବକ ୪୦ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଶେଷରେ ଠକିଥିବା ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ବଛରାଇ ଗାଁର ମଣିଭୂଷଣ ପରିଡାଙ୍କ ପୁଅ ସନ୍ତୋଷ କୁମାର ପରିଡା ମେଡିସିନ ଡିଷ୍ଟ୍ରିବୁଟର ଭାବେ କାମ କରନ୍ତି। ସେ ବିଭିନ୍ନ କମ୍ପାନୀର ଔଷଧ ବାହାର ରାଜ୍ୟରୁ ଆଣି ବ୍ୟବସାୟ କରିଥାନ୍ତି।

କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଅଞ୍ଚଳର ବନମାଳୀ ମିଶ୍ରଙ୍କ ପୁଅ ବିଭୂକଲ୍ୟାଣ ମିଶ୍ର ନାମକ ଜଣେ ଯୁବକଙ୍କ ସହିତ ସନ୍ତୋଷଙ୍କ ମେଡ଼ିସିନ ବ୍ୟବସାୟ ମାଧ୍ୟମରେ ସାକ୍ଷାତ ହୋଇଥିଲା। ବିଭୂକଲ୍ୟାଣ ଉତ୍ତରାଖଣ୍ଡ ହରିଦ୍ୱାର ଅଞ୍ଚଳର ଏକ ମେଡିସିନ କମ୍ପାନୀରେ ମାନବସମ୍ବଳ ମ୍ୟାନେଜର ଭାବେ କାମ କରୁଥିଲେ। ସନ୍ତୋଷ ଓ ବିଭୂକଲ୍ୟାଣଙ୍କ ମଧ୍ୟରେ ମେଡିସିନ କ୍ରୟ ବିକ୍ରୟକୁ ନେଇ ସୁସମ୍ପର୍କ ଗଢ଼ିଥିଲା। ସନ୍ତୋଷ ବ୍ୟବସାୟ କାମରେ ହରିଦ୍ୱାର ଯାଇଥିବାବେଳେ ବିଭୂକଲ୍ୟାଣଙ୍କ ପରିବାର ସହ ମଧ୍ୟ ତାଙ୍କର ସୁସମ୍ପର୍କ ସ୍ଥାପନ ହୋଇଥିଲା। ବିଭୂକଲ୍ୟାଣଙ୍କ ସ୍ତ୍ରୀ ବୀଣା ସନ୍ତୋଷଙ୍କୁ ଧରମ ଭାଇ କରିଥିଲେ। ତାଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ। ସନ୍ତୋଷ ମଧ୍ୟ ଭାଇଭଉଣୀ ସମ୍ପର୍କକୁ ନେଇ ବିଭୂକଲ୍ୟାଣ ଆଉ ତାଙ୍କ ସ୍ତ୍ରୀ ବୀଣାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଥିଲେ। ଆଉ ଯାହାର ଫାଇଦା ଉଠାଇଥିଲେ ଉଭୟ ସ୍ତ୍ରୀସ୍ବାମୀ। ସନ୍ତୋଷଙ୍କୁ ପାର୍ଟନରସିପରେ ଏକ ମେଡିସିନ କମ୍ପାନୀ କରିବାକୁ ପ୍ରବର୍ତ୍ତାଇ ଥିଲେ। ସନ୍ତୋଷ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିଥିଲେ।

ଘର କେନ୍ଦ୍ରାପଡ଼ାର ଚଉଦକୁଲାଟ ଅଞ୍ଚଳରେ ହୋଇଥିବାରୁ ସେ ସହଜରେ ତାଙ୍କ କଥାକୁ ଗ୍ରହଣ କରି ନେଇଥିଲେ। ସନ୍ତୋଷଙ୍କୁ ବିଭୂକଲ୍ୟାଣ ଆଉ ଜଣେ ଯୁବକ ସାଙ୍ଗ ରାହୁଲ ଯୋଶୀଙ୍କ ସହିତ ଭେଟ କରାଇଥିଲେ। ଆଉ ରାହୁଲ ଉତ୍ତରାଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ। ଆଉ ସିଏ ଆମକୁ ମେଡିସିନ କମ୍ପାନୀ କରିବାରେ ସାହାଯ୍ୟ କରିବେ ବୋଲି କହିଥିଲେ।

ବିଭୂକଲ୍ୟାଣ ସନ୍ତୋଷଙ୍କୁ କହିଥିଲେ, କମ୍ପାନୀ କରିବାକୁ ହେଲେ ଅର୍ଥର ଆବଶ୍ୟକତା ଅଛି ଆଉ ତୁମେ ୫୦ ଲକ୍ଷ ଟଙ୍କା ଦିଅ। ଆଉ ଅବଶିଷ୍ଟ ୫୦ ଲକ୍ଷ ଦେବି ବୋଲି ବିଭୂକଲ୍ୟାଣ କହିଥିଲେ। ସନ୍ତୋଷ କିଛି ନ ବୁଝିଶୁଝି ଟଙ୍କା ଦେବାକୁ ରାଜି ହୋଇଥିଲେ। ବିଭୂକଲ୍ୟାଣ ସନ୍ତୋଷଙ୍କୁ ଦେଉଥିବା ଭିନ୍ନ ଭିନ୍ନ ଆକାଉଣ୍ଟ ନମ୍ବରରେ ଟଙ୍କା ଦେବା ଆରମ୍ଭ କରି ଦେଇଥିଲେ। ଦୀର୍ଘ ୪ବର୍ଷ ତଳୁ ଟଙ୍କା ଦେଇ ଆସୁଥିବା ସନ୍ତୋଷଙ୍କୁ ବିଭୂକଲ୍ୟାଣ ଭରସା ଦେବା ପାଇଁ ମିଛ ତଥ୍ୟ ଓ ଭିଡିଓ କଲ ମାଧ୍ୟମରେ ମେଡ଼ିସିନ କମ୍ପାନୀ ନିର୍ମାଣ ହେଉଥିବା ମିଛ ଚିତ୍ର ଦେଖାଉଥିଲେ। ସନ୍ତୋଷ ପାଖାପାଖି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଭୂକଲ୍ୟାଣ ଓ ସ୍ତ୍ରୀ ବୀଣା ଓ ସହଯୋଗୀ ରାହୁଲ ଯୋଶୀଙ୍କ ଆକାଉଣ୍ଟରେ ଜମା କରି ସାରିଥିଲେ। କିନ୍ତୁ ସନ୍ତୋଷ ଦେଉଥିବା ଅର୍ଥ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ଲୁଟା ଯାଇଛି ବୋଲି ଅନୁଭବ କଲା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା।

ଆଉ ସନ୍ତୋଷ କଣ କରିବେ ବୋଲି ତାଙ୍କ ମୁଣ୍ଡ କାମ କରି ନ ଥିଲା। ସନ୍ତୋଷ ଭାଙ୍ଗି ନ ପଡି ଧର୍ଯ୍ୟର ସହିତ ଆଇନର ଆଶ୍ରୟ ନେଇଥିଲେ। ସେ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ଏସ୍‌ପି ଓ ଏସ୍‌ଡିପିଓ, ଡିଜି, ଆଇଜିଙ୍କୁ ଭେଟି ଦୋଷୀ କେମିତି ଦଣ୍ଡ ପାଇବେ ସେ ନେଇ ଆବଶ୍ୟକ ପଦକ୍ଷେପ ଆରମ୍ଭ କରି ଦେଇଥିଲେ। ଶେଷରେ ପାଟକୁରା ଥାନା ସବ୍‌ଇନ୍ସପେକ୍ଟର ବିଶ୍ୱଜିତ ଭୋଇ ଓ କନେଷ୍ଟବଳ ରଲିକା ଦାସ ଏବଂ ସ୍ପେଶାଲ ସ୍କ୍ବାଡ୍‌ର ଦୁଇଜଣ ଅଧିକାରୀ ମୁଖ୍ୟ ଅଭିଯୁକ୍ତ ଠକ୍‌ ବିଭୂକଲ୍ୟାଣଙ୍କ ମୋବାଇଲକୁ ଟ୍ରାକ୍‌ କରି ଉତ୍ତରାଖଣ୍ଡର ହରିଦ୍ୱାରଠାରେ ପହଞ୍ଚତ୍ ଥିଲେ। ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ଓ ସହଯୋଗୀ ରାହୁଲଙ୍କୁ ଗିରଫ କରିଥିଲେ। ପରେ ବିଭୂକଲ୍ୟାଣଙ୍କ ସ୍ତ୍ରୀ ବୀଣାଙ୍କୁ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟର ତମାଳଶାସନ ଗଁାରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ମିଶ୍ର ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରଙ୍କୁ ପାଟକୁରା ପୋଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଉପରେ ବର୍ଷିଲେ ପ୍ରମିଳା: ଲକ୍ଷ୍ମୀ ବସ୍‌କୁ ନେଇ କହିଲେ ଏମିତି

ଭୁବନେଶ୍ୱର,୬।୭: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିିଜେଡି। ଏକ ଖବରଦାତା ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର...

ହାଥରସ୍‌ ଦୁର୍ଘଟଣା ପରେ ପ୍ରେମାନନ୍ଦ ମହାରାଜ ନେଲେ ବଡ଼ ନିଷ୍ପତ୍ତି

ମଥୁରା,୪।୭: ହାଥରସ୍‌ରେ ଦଳାଚକଟା ଘଟଣା ପରେ ପ୍ରେମାନନ୍ଦ ମହାରାଜ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସେ ମଥୁରାରେ କରୁଥିବା ରାତ୍ରିକାଳୀନ ପଦଯାତ୍ରାକୁ...

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧ା୭: ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ (ଏଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ଆକ୍ସିସ୍‌ ନିଫ୍ଟି ୫୦୦ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂଆ...

ଟିମ୍‌ ଇଣ୍ଡିଆର ପାଇଁ ‘ହନୁମାନ’ ସାଜିଲେ ସୂର୍ଯ୍ୟକୁମାର: କହିଲେ, ମୋତେ ଏବେ ବି ବିଶ୍ୱାସ ହେଉନାହିଁ…

ନୂଆଦିଲ୍ଲୀ,୩୦।୬: ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିୟନ୍‌ ହୋଇଛି ଭାରତୀୟ ଦଳ। ଏହି ମ୍ୟାଚ୍‌ ମଝିରେ କିଛି ସମୟ ପାଇଁ ଲାଗିଥିଲା ଯେପରି ମ୍ୟାଚ ଭାରତ ହାତରୁ...

ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା

ଆଣ୍ଟିଗୁଆ,୨୩।୬: ଆଜି ଆଫଗାନିସ୍ତାନ ପାଇଁ ଏକ ଖାସ୍‌ ଦିନ। ୨୦୨୪ ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ ଓଲଟପାଲଟ କରିଥିଲା।...

ଏସ୍‌ଡିଏମ୍‌ଙ୍କୁ ଶକ୍ତ ଚାପୁଡା ମାରିଲେ ଚାଷୀ, ତଳେ ପଡିଯିବା ପରେ…ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୨୩।୬: ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗାଁରେ ପ୍ରଶାସନ ଟିମ୍‌ ଏବଂ ଗ୍ରାମବାସୀଙ୍କ ମଧ୍ୟରେ କିଛି ବାଦବିବାଦ ଚାଲଥିଲାି। ଏହି...

ଏପିକ୍‌ ନ୍ୟୁ ସ୍ବିଫ୍ଟିର ମାସ୍‌ ଡେଲିଭରି

ଭୁବନେଶ୍ୱର,୨୨।୬ (ଅଭୟ ଦାଶ): ମାରୁତି ସୁଜୁକିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଏପିକ୍‌ ନ୍ୟୁ ସ୍ବିଫ୍ଟି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ...

ଦେଶରେ ଏସବୁ କ’ଣ ହେଉଛି? ୨ ମାସରେ୨୦୦ ଥର ବୋମା ଧମକ ମିଳିଲାଣି, ଅଭିଯୁକ୍ତଙ୍କ ଟେର୍‌ ପାଉନି ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୯।୬: ଗତ ଦୁଇ ମାସ ମଧ୍ୟରେ ପ୍ରୋକ୍ସି ଡୋମେନ ସର୍ଭର ଏବଂ ଭିପିଏନ୍‌ ଉପଯୋଗ କରି ଇମେଲ ଜରିଆରେ ବୋମା ଧମକ ପଠାଇବା ସଂଖ୍ୟା ବଢ଼ିବାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri