ଭୁବନେଶ୍ୱର,୨୮ା୧୨(ସୁନିତ୍ ମିଶ୍ର):ରାଜ୍ୟରେ ବହୁ ସଂଖ୍ୟାରେ ଭୂତ ହିତାଧିକାରୀ ରାଶନ କାର୍ଡ ହାତେଇଥିବା ବିଷୟ ଅନେକ ସମୟରେ ଆଲୋଚନା ହୋଇଆସୁଛି। ତେବେ ସରକାର ଖୁବ୍ଶୀଘ୍ର ଭୂତ ହିତାଧିକାରୀଙ୍କୁ ଚିହ୍ନଟକରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ଅନେକ ସମୟରେ କହିଆସୁଛନ୍ତି। ତେବେ ଇ-କଓ୍ବୋଇସି ଶେଷ ହେବାପରେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ରାଜ୍ୟରେ କେତେ ତାହା ଜଣାପଡ଼ିଯିବ ବୋଲି ସରକାର ବାରମ୍ବାର ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଏବେ ୪୦ ଲକ୍ଷ ଭୂତ ହିତାଧିକାରୀ ରହିଥିବା ଜଣାପଡିଛି। ପ୍ରତ୍ୟେକ ଜିଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଇ-କଓ୍ବୋଇସି ଚାଲିଥିବା ମନ୍ତ୍ରୀ ପାତ୍ର ସୂଚନା ଦେଇଛନ୍ତି।