Categories: ଜାତୀୟ

‘କରୋନାରେ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି’

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ କରୋନା କାରଣରୁ ମୃତ୍ୟୁର ସରକାରୀ ଆକଳନକୁ ମିଥ୍ୟା ବୋଲି କହିଛନ୍ତି। ସରକାରଙ୍କ ଅବହେଳା ଯୋଗୁ କରୋନା ମହାମାରୀ ସମୟରେ ୪୦ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଗାନ୍ଧି ତାଙ୍କ ଟୁଇଟର ଆକାଉଣ୍ଟରେ ନ୍ୟୁୟର୍କ ଟାଇମସ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ଶେୟାର କରି କହିଛନ୍ତି ଯେ, ସରକାରଙ୍କ ଅବହେଳା ଯୋଗୁ ଦେଶରେ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି। ମୋଦି କେବେ ସତ କୁହନ୍ତି ନାହିଁ କି ଅନ୍ୟମାନଙ୍କୁ ସତ କହିବାକୁ ଦିଅନ୍ତି ନାହିଁ। ସେ ଏବେବି ଅମ୍ଳଜାନ ଅଭବରୁ କାହାରି ମୃତ୍ୟୁ ଘଟି ନ ଥିବା କହୁଛନ୍ତି। ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉ ବୋଲି ସେ କହିଛନ୍ତି।

Share