Categories: ଜାତୀୟ

ଭାଙ୍ଗିଗଲା ମେସିନର ବିୟରିଂ, ସଙ୍କଟରେ ୪୦ ଶ୍ରମିକଙ୍କ ଜୀବନ

ଉତ୍ତରକାଶ,୧୭।୧୧: ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ସିଲକ୍ୱାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସରକ୍ଷିତ ବାହାର କରିବାକୁ ଚାଲିଥିବା ଅପରେଶନକୁ ଝଟକା ଲାଗିଛି। ଟନେଲ ଭିତରେ ୧୩୦ ଘଣ୍ଟା ଧରି ଜୀବନ-ମରଣ ସହ ଜୁଝୁ ଥିବା ୪୦ ଶ୍ରମିକଙ୍କ ପାଇଁ ପୁଣି ଏକ ବିପଦ ମୁଣ୍ଡ ଟେକିଛି। ଟନେଲ ଭିତରେ ଭଗ୍ନାବଶେଷ ଜମା ହେବା ସହ ମେସିନର ବିୟରିଂ ଭାଙ୍ଗି ଯିବା କାରଣରୁ
ଡ୍ରିଲିଂ କାମ ଠପ୍‌ ହୋଇଯାଇଛି। ବର୍ତ୍ତମାନ ବିୟରିଂକୁ ପୁଣି ମରାମତି କରାଯାଉଛି। ତେବେ ପୁଣି ଥରେ କାମ ଆରମ୍ଭ ପାଇଁ ଚେଷ୍ଟା କରାଯାଉଛି ବୋଲି ଏନଏଚଆଇଡିସିଏଲର ନିର୍ଦ୍ଦେଶକ ଅଂଶୁ ମନିଷ କoହିଚନନ୍ତି।

Share