ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…

ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେପ୍ଟେମ୍ବରରେ ପିଆଜ ଦାମ ବୃଦ୍ଧି ପାଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଦ୍ୱାରା ଘରୋଇ ବଜାରରେ ପିଆଜ ମୂଲ୍ୟ ବୃଦ୍ଧି ରୋକା ଯାଇ ପାରିବ ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି।

Share