Categories: ଜାତୀୟ

ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ନଷ୍ଟ ହେଉଛି ୪୦ ପ୍ରତିଶତ ଖାଦ୍ୟ, ପ୍ରତିଦିନ ଭୋକରେ ଶୋଉଛନ୍ତି ୨୦ କୋଟି

ନୂଆଦିଲ୍ଲୀ,୧୬ ।୧୦: ଅକ୍ଟୋବର ୧୬ ହେଉଛି ବିଶ୍ୱ ଖାଦ୍ୟ ଦିବସ । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ ଦେଶ ତାଲିକାରେ ଭାରତ ୯୧ ସ୍ଥାନରୁ ୧୦୧ତମ ସ୍ଥାନକୁ ଖସି ଆସିଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍‌ଏଓ)ର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରତିଦିନ ୬୯ କୋଟିରୁ ଅଧିକ ଲୋକେ ପ୍ରତିଦିନ ଭୋକରେ ଶୋଇଥାଆନ୍ତି । ଭାରତରେ ଖାଦ୍ୟ ଅଭାବ ହେତୁ ଏଠାରେ ପ୍ରତିଦିନ ଭୋକିଲା ଶୋଉଥିବା ଲୋକଙ୍କ ସଂଖ୍ୟା ୨୦୦ ମିଳିୟନରୁ ଅଧିକ ବୋଲି କୁହାଯାଏ । ରକ୍ଷଣାବେକ୍ଷଣ କିମ୍ବା ଯୋଗାଣ ବ୍ୟବସ୍ଥାରେ ବାଧା ଯୋଗୁ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟର ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଥାଏ ।
ଏଫ୍‌ଏଓ କହିଛି ଉପଯୁକ୍ତ ଅମଳ, ସଂରକ୍ଷଣ ଓ ଯୋଗାଣ ଅଭାବରୁ ବିଶ୍ୱରେ ୧୪ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଥାଏ । ସେହିଭଳି ଖାଦ୍ୟ ସାମଗ୍ରୀର ୧୭ ପ୍ରତିଶତ ଗ୍ରାହକ ସ୍ତରରେ ନଷ୍ଟ ହୋଇଥାଏ । ଯଦି ଏହାକୁ ରୋକାଯାଇ ପାରନ୍ତା ତେବେ ଏକ ବୃହତ ଜନସଂଖ୍ୟା ଯେଉଁମାନେ ଭୋକରେ ଶୋଉଛନ୍ତି ସେମାନଙ୍କ ଭେଟ ପୁରି ଯାଆନ୍ତା ।

Share