Categories: ଜାତୀୟ

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ବିହାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଏଭଳି ମାମଲା ଘଟୁଛି। ଏସବୁ ରାଜ୍ୟରେ ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ଗର୍ଭବତୀ ଥିବା ଅଥବା ମା’ ହୋଇସାରିଥିବା ଘଟଣା ଅଧିକ ରହିଛି। ପଶ୍ଚିମବଙ୍ଗରେ ସର୍ବାଧିକ ୪୧.୬ ପ୍ରତିଶତ ଏଭଳି ଘଟଣା ଘଟୁଥିବାବେଳେ ବିହାରରେ ୪୦.୮ ପ୍ରତିଶତ ଏବଂ ତ୍ରିପୁରାରେ ୪୦.୧ ପ୍ରତିଶତ ଘଟଣା ଘଟୁଛି। ସେଥିମଧ୍ୟରେ ୧୮ ବର୍ଷରୁ କମ୍‌ ବୟସରେ ବିବାହ ହୋଇଥିବା ଘଟଣା ୩୧.୮ ପ୍ରତିଶତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share