Categories: ଜାତୀୟ

୪୦ ରାଲି ୧୪୪ ଆସନ, ଭାଜପାର ସ୍ବତନ୍ତ୍ର ମିଶନ…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ମର୍ମରେ ୨୦୧୯ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଭାଜପା ପରାଜିତ ହୋଇଥିଲା ସେସବୁ ଆସନ ଉପରେ ଦଳ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଆସନଗୁଡ଼ିକରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୪୦ ରାଲି କରାଯିବାର ବ୍ଲୁପ୍ରିଣ୍ଟ ପ୍ରସ୍ତିୁତ କରାଯାଉଛି।

୧୪୪ ଲୋକ ସଭା ଆସନକୁ ୪୦ ଟି କ୍ଲଷ୍ଟରରେ ବିଭାଜନ କରାଯାଇଛି। ଯେଉଁ ରାଜ୍ୟରେ ଲୋକ ସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ସେସବୁ ରାଜ୍ୟରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ରାଲି ଆୟୋଜନ କରାଯିବ। ପ୍ରତି କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ ରାଲିରେ ଯୋଗଦେବେ।

ତେବେ ଅନ୍ୟ ଲୋକ ସଭା ଆସନ ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିବେ। ନିର୍ଚାଚନୀ ପ୍ରଚାର ପାଇଁ ମନ୍ତ୍ରୀମାନଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି।

Share