ୟୁକ୍ରେନର ୪୦ ଯବାନ ସମେତ ୫୦ ମୃତ

କ୍ୱିଭ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ପୂର୍ବାଞ୍ଚଳ ସହରରେ ମିସାଇଲ ମାଡ଼ ଜାରି ରହିଛି। ଏହି ଆକ୍ରମଣରେ ୟୁକ୍ରେନର ୪୦ ଯବାନଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଜ୍ଞପ୍ତି ଜାରି କରିଛନ୍ତି।

ଅନ୍ୟପକ୍ଷରେ ରୁଷିଆର ୫୦ ଜବରଦଖଲକାରୀଙ୍କୁ ନିହତ କରିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଦାବିକୁ ଯଥାର୍ଥ ଦର୍ଶାଇବା ପାଇଁ କୌଣସି ସବିଶେଷ ତଥ୍ୟ ଦିଆଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ମସ୍କୋ ଗୁରୁବାର ସକାଳୁ ସ୍ଥଳ, ସମୁଦ୍ର ଓ ବାୟୁ ମାର୍ଗରୁ ଆକ୍ରମଣ କରିଛି। ମିସାଇଲ ମାଡ଼ରେ ୟୁକ୍ରେନର ସାମରିକ କାର୍ଯ୍ୟାଳୟ ଓ ଏୟାର ବେସ୍‌ ସମେତ ବିଭିନ୍ନ ଯୋଗାଯୋଗ ମାର୍ଗକୁ ନଷ୍ଟ କରିଦେଇଥିବା ମସ୍କୋ ଦାବି କରିଛି।

Share