କଂଗ୍ରେସର ୪୦ ଷ୍ଟାର ପ୍ରଚାରକ

ଭୁବନେଶ୍ବର, ୧୯।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମଙ୍ଗଳବାର କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ଶରତ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ନରସିଂହ ମିଶ୍ର, କହ୍ନେୟା କୁମାର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ଭକ୍ତଚରଣ ଦାସ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା, ବିଜୟ ପଟ୍ଟନାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ରମେଶ ଜେନା, ସି.ଏସ୍‌. ରାଜନ ଏକ୍କା ପ୍ରମୁଖ ରହିଛନ୍ତି। ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ବେହେରା, ଶିବାନନ୍ଦ ରାୟ, ଭୁଜବଳ ମାଝି, ଦେବାଶିଷ ପଟ୍ଟନାୟକ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତିରଞ୍ଜନ ଲେଙ୍କା, ବାଙ୍କନିଧି ବେହେରା, ଜିୟା ଉଲ୍ଲ ହକ୍‌, ଅମିୟ ପଟ୍ଟନାୟକ, ଅମିୟ ପାଣ୍ଡବ, ଅମିତା ବିଶ୍ୱାଳ ଓ ମହେନ୍ଦ୍ର ନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି। ଆସନ୍ତା ୨୫ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି।

Share