ସୁଜିଖାଇ ୪୦ ଛାତ୍ରୀ ଅସୁସ୍ଥ

 

କେନ୍ଦୁଝର,୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁସ୍ଥିତ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ହାଇସ୍କୁଲର ୪୦ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଙ୍ଗଳବାର ରାତିରେ ସେମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୁଜି ଖାଇବା ପରେ ହଠାତ୍‌ ମୁଣ୍ଡ ବୁଲାଇବା ସହ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା। ପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ୧୩ ଜଣ ସୁସ୍ଥ ହୋଇ ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି। ଉକ୍ତ ହଷ୍ଟେଲରେ ପ୍ରାୟ ଶହେ ଛାତ୍ରୀ ରୁହୁଥିବା ବେଳେ ୪୦ ଜଣ ଅସୁସ୍ଥ ହେବା ଘଟଣାକୁ ଋତୁ ପରିବର୍ତ୍ତନ ଲାଗି ଏଭଳି ହୋଇଥିବା ଡାକ୍ତର ଆଶଙ୍କା କରୁଛନ୍ତି।

Share