ଚମ୍ପୁଆ,୨୧ା୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ୍ ନିକଟରୁ ଦୁର୍ବୃତ୍ତ ଦମ୍ପତିଙ୍କଠାରୁ ୪୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏ ନେଇ ଦମ୍ପତି ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଚମ୍ପୁଆ ବ୍ଲକ୍ ମହେଶ୍ୱରପୁର ଗ୍ରାମର ଆଶିଷ ମହାନ୍ତ ଓ ତାଙ୍କ ସ୍ତ୍ରୀ ଲଳିତା ମହାନ୍ତ ଆବାସ ଯୋଜନାରେ ଘର ନିର୍ମାଣ ଲାଗି ଆସିଥିବା ସରକାରୀ ଅର୍ଥ ୪୦ ହଜାର ଟଙ୍କା ଚମ୍ପୁଆ ବ୍ୟାଙ୍କ ଓଫ୍ ଇଣ୍ଡିଆ ଶାଖାରୁ ଉଠାଇ ସ୍କୁଟିରେ ଘରକୁ ଫେରୁଥିଲେ। ୨ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ନିକଲସନ ବନ ବିଦ୍ୟାଳୟ ନିକଟରୁ ପଛରେ ବସି ଲଳିତା ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।