ଉଜେନ୍ନ: ଭୈରବ ଅଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଉଜେନ୍ନର ଭୈରବନାଥ ଠାକୁରଙ୍କ ନିକଟରେ ୧,୩୫୧ ପ୍ରକାରର ଭୋଗ ଲଗାଯାଇଛି। ଠାକୁରଙ୍କ ଭୋଗରେ ସିଗାରେଟ ଓ ମଦକୁ ମଧ୍ୟ ସାମିଲ କରିଛନ୍ତି ଭକ୍ତ। ପୂର୍ବର ରୀତିନୀତି ଅନୁସାରେ ଉଜେନ୍ନରେ ଥିବା କାଳ ଭୈରବନାଥଙ୍କ ମନ୍ଦିରରେ ଏ ପ୍ରକାର ଭୋଗ ଲଗାଯାଏ। ଠାକୁରଙ୍କ ନିକଟରେ ଭୋଗ ସ୍ବରୂପ ୩୯୦ ପ୍ରକାର ଧୂପକାଠି, ୧୮୦ ପ୍ରକାର ମୁଖା, ୭୫ ପ୍ରଜାତିର ଡ୍ରାଏଫ୍ରୁଟ୍ସ୍, ୬୪ ରକମ ଚକୋଲେଟ, ୬୪ ପ୍ରକାର ଗୁଜୁରାତି ନିମିକି, ୬୦ ଟାଇପ୍ ଭିନ୍ନ ପ୍ଲେଭର୍ର ସିଗାରେଟ୍, ୪୦ ପ୍ରକାର ମଦ ସାଙ୍ଗକୁ ଚିଲମ, ବେକ୍ରି ଆଇଟମ୍ ଓ କୋଲ୍ଡ ଡ୍ରିଙ୍କ ଭୋଗ ଲାଗିଥିଲା। ଭୈରବନାଥଙ୍କ ଭକ୍ତମାନେ ବାବାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏ ସବୁ ଭୋଗରାଗ ଲଗାଇଛନ୍ତି।