Categories: ଜାତୀୟ

ବ୍ୟାଙ୍କରେ ପଶିଗଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା

ମୁମ୍ବାଇ,୩୧।୧୦: ବ୍ୟାଙ୍କରେ ପଶିଗଲା ବନ୍ୟାପାଣି। ନଷ୍ଟ ହୋଇଗଲା ୪୦୦କୋଟି ଟଙ୍କା। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରପୁ ସ୍ଥିତ ଏକ ବ୍ୟାଙ୍କରେ। ବ୍ୟାଙ୍କରେ ନାଗ ନଦୀର ବନ୍ୟା ପାଣି ପଶିଯିବାରୁ ପ୍ରାୟ ୪୦୦ କୋଟି ଟଙ୍କା ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଆରମ୍ଭ ହୋଇସାରିଛି। ଘଟଣା ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିବା ଫଳରେ ସୀତବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ପ୍ରଭାବିତ ହୋଇଥିଲା। ବ୍ୟାଙ୍କରେ
ନୋଟ ରହୁଥିବା ଷ୍ଟ୍ରଙ୍ଗ ରୁମରେ ପାଣି ପଶିଯାଇଥିଲା। ଫଳରେ ନୋଟ ରହିଥିହିବା ବାକ୍ସ ମଧ୍ୟ ବୁଡିଯାଇଥିଲା । ଏହାପରେ ପାଣି ବାହାର କରିବା ପାଇଁ ଗୋଟିଏ ଦିନର ସମୟ ଲାଗିଥିଲା।

Share