Categories: ବାଣିଜ୍ୟ

ରୁଷିଆରେ ଫସିଛି ଭାରତୀୟଙ୍କ ୪୦୦ମିଲିୟନ ଡଲାର

ନୂଆଦିଲ୍ଲୀ, ୩ା୩: ୟୁକ୍ରେନ୍‌କୁ ଆକ୍ରମଣ କରିଥିବାରୁ ବିଭିନ୍ନ ୟୁରୋପୀୟ ଦେଶ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟ ରପ୍ତାନିକାରୀଙ୍କ ଉପରେ ରୁଷିଆ ପକ୍ଷରୁ ଲଗାଯାଇଥିବା ଆର୍ଥିକ ପ୍ରତିବନ୍ଧକର ପ୍ରଭାବ ପଡୁଥିବା ଦେଖାଯାଇଛି। ଏହା ନିକଟରେ ଭାରତୀୟ ରପ୍ତାନିକାରୀଙ୍କର ପ୍ରାୟ ୪୦୦ମିଲିୟନ ଡଲାର ଅର୍ଥ ବକେୟା ରହିଛି। ଅପରପକ୍ଷରେ ମୋଟ ୧୦ହଜାର ଡଲାରରୁ ଅଧିକ ବିଦେଶୀ ମୁଦ୍ରା ସହିତ ରୁଷିଆ ଛାଡ଼ିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ରୁଷିଆ ଉପରେ ଲଗା ଯାଇଥିବା ପ୍ରତିବନ୍ଧକ ନେଇ ରପ୍ତାନିକାରୀମାନେ ନିଜ ବକେୟା ଅର୍ଥ ପାଇବା ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିଛନ୍ତି। ତେବେ ଭାରତରେ କୃଷି ଏବଂ ଫାର୍ମା ସେକ୍ଟରକୁ ସ୍ବିଫ୍ଟ ପ୍ରତିବନ୍ଧକରୁ ବାହାର କରାଯିବା ପରେ ମଧ୍ୟ ଭାରତର ରପ୍ତାନିକାରୀମାନେ ନିଜ ଅର୍ଥ ପାଇବା ନେଇ ଆଶାବାଦୀ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ ସେକ୍ଟରର ରପ୍ତାନିକାରୀଙ୍କ ଅର୍ଥ ପାଇବା ସମ୍ପର୍କରେ କୌଣସି ରାସ୍ତା ବାହାରି ନାହଁି।

Share