Advertisement

‘୪୦୦ ପାର୍‌’ ସ୍ବପ୍ନ ଧୂଳିସାତ୍‌: ବହୁମତଠାରୁ ବେଶୀ ଦୂରରେ ନାହିଁ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ର ୫୪୩ଟି ଆସନରେ ଭୋଟ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ଏହି ୫୪୩ଟି ଆସନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଛି। ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ଦେଖିବାକୁ ମିଳିଛି।
ଲୋକ ସଭା ନିର୍ବାଚନର ଧାରା ଅନୁଯାୟୀ, ଏନଡିଏ ୨୪୫ ଟି ଆସନରେ ଆଗୁଆ ରହିଛି। ୨୪୨ଟି ଆସନରେ ଇଣ୍ଡିଆ ଆଲାଇନ୍ସ ଆଗୁଆ ରହିଛି। ୧୩ଟି ସିଟ ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଉଛି। ଏଥିରୁ ଜଣାପଡୁଛି ମୋଦିଙ୍କ ‘୪୦୦ ପାର୍‌’ ସ୍ବପ୍ନ ଧୂଳିସାତ୍‌ ହେବାକୁ ଯାଉଛି। କାରଣ ଚଳିତ ନିର୍ବାଚନରେ ମୋଦି ‘୪୦୦ ପାର୍‌’ ନାରା ଦେଇଥିଲେ। ଏହା ଏନ୍‌ଡିଏ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share