Advertisement
Categories: ଜାତୀୟ

ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କବାଦୀ

ଜମ୍ମୁ,୭।୧: ଶୀତଋତୁରେ ଜମ୍ମୁ-କଶ୍ମୀରେ ପ୍ରବେଶ କରିବା ଲାଗି ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଆରପଟେ ଥିବା ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ପ୍ରାୟ ୪୦୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି। ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବା ଲାଗି ପାକିସ୍ତାନର ଏକ ଉଦ୍ୟମ ବିଫଳ ହେବା ପରେ ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ଶୀତଦିନେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପ୍ରତିବର୍ଷ ଉଦ୍ୟମ କରିଥାଏ। ସୀମାରେ କଡ଼ା ପ୍ରହରା ଯୋଗୁ ୨୦୨୦ରେ ଅନୁପ୍ରବେଶ ଯଥେଷ୍ଟ ହ୍ରାସ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share