୪ହଜାର ଛୁଇଁବ ଦୈନିକ ସଂକ୍ରମଣ: ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣବିହୀନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ସମୟରେ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ମାସ ଶେଷବେଳକୁ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଆଶାବ୍ୟକ୍ତ କରିଛନ୍ତି। ତେବେ କେବେଠୁ କମିବ ତାହା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର ହେବ। ଏଥିପାଇଁ ଲୋକେ କୋଭିଡ୍‌ ଗାଇଡଲାଇନକୁ ମାନିବାକୁ ପଡ଼ିବ। ନଚେତ୍‌ ପଜିଟିଭ୍‌ ସଂଖ୍ୟା ବଢ଼ିବ। ବର୍ତ୍ତମାନ ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣବିହୀନ ଅଛନ୍ତି। ତେଣୁ ଆମେ ହୋମ୍‌ ଆଇସୋଲେଶନକୁ ଅଧିକ ଗୁରୁତ୍ୱ ଦେଉଛୁ। ବିଶେଷକରି କଟକ ଓ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ହୋମ୍‌ ଆଇସୋଲେଶନରେ ରହୁଥିବା ଆକ୍ରାନ୍ତ କଲ୍‌ସେଣ୍ଟର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଯଦି କାହାର ସ୍ବାସ୍ଥ୍ୟ ଗୁରୁତର ହୁଏ ତେବେ ତାଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରାଯିବ। ଅଧିକ ଆଇସିୟୁ, ବେଡ୍‌, ଆମ୍ବୁଲାନ୍ସ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

Share